କନ୍ୟା ନୁହେଁ କେଵେ ଦାନର ଜିନିଷ
ତାହାକୁ କରିବ ଦାନ
ହିଁଦୁ ଧରମରେ କିଏ ସେ ରଚିଲା
ପୁରୁଣା କଥା ଇଏ ଜାଣ l
ଝିଅ ପୁଅ ମଧ୍ୟେ ଭେଦ ଭାବ ପରା
ଗୁରୁତର ଅପରାଧ
ଯୁଗ ସହ ତାଳ ଦେଇଁଣ ଚାଲିବା
ପୁରୁଣା ପୋଥିକୁ ବାନ୍ଧ l
ଝିଅ ଵି ମଣିଷ ପୁଅ ଵି ମଣିଷ
ଭେଦ ଭାବ କାହିଁ ପାଇଁ
ଝିଅ କୁ କେବେବି ଦାନ କରନାହିଁ
ତା ପରି ପାଇବ କାହିଁ ?
ବିବାହ ନିୟମ କଡା କଡୀ ହେଉ
ଯୌତିକ ପ୍ରଥା ଉଠି ଯାଉ
ପୁଅ ଝିଅ ଦୁହେଁ ଦସ୍ତଖତ ଦେବେ
ବିବାହ ଚିଠା ପ୍ରସ୍ତୁତ ହେଉ l
ପ୍ରମାଣ ପତ୍ର କେତେ ଦାଖଲ କରିବେ
ନବ ଦମ୍ପତ୍ତି ଆଗରୁ
ଶିକ୍ଷା,ରୋଜଗାର, ବୟସ ସମ୍ପତି
ଦାଖଲ ହେବ ବିବାହ ପୂର୍ବରୁ l
ସଂକୃତ ଶ୍ଳୋକରୁ ଉଧୃତ ହେଉ
ଚିଠା ଓ ନିୟମ ବିବାହର
ଦସ୍ତଖତ କରିବେ ପୁତ୍ର, ପୁତ୍ରବଧୁ
ଅର୍ଥ ବୁଝିବେ ବିବାହର l
ଯୁଗ ସହ ଆମେ ଚାଲିବା ସମସ୍ତେ
ନୂତନ ନିୟମ ସବୁ ମାନି
ପଛକୁ ଫେରିବା ନାହିଁ କେବେହେଲେ
ବିଚାର କର ତୁମେ ଜ୍ଞାନୀ l
ଜୀଏବି ଲେଖିଛି ପୋଥି ଓ ନିୟମ
ସେ ଜଣେ ପୁରୁଷ ନିଶ୍ଚତ
ସବୁ ନିୟମତ ଝିଅ ପାଇଁ ଉଦ୍ଧିଷ୍ଟ
ଝିଅ ପାଏ କଷ୍ଟ ସତତ l
ଦାନ ସହିତ ଦକ୍ଷିଣା ନୀତି, ନିୟମ
ବଦଳି ଯାଉଟି ଶୀଘ୍ର
ଝିଅକୁ ପୁଅସହ ସମାନ ଭାବିଣ
ହୁଅନାହିଁ ତା ପ୍ରତି ହିଂସ୍ର

.    .    .       

Discus